ଇତିହାସ

ସାଧାରଣରେ ବିଶ୍ଵାସ କରାଯାଏ ଯେ,ଢେଙ୍କାନାଳ ଜିଲ୍ଲାର ନାମକରଣଢେଙ୍କାନାଳ ଶବର ମୁଖିଆଙ୍କ ନାମାନୁସାରେ ନାମିତ ହୋଇଛି।ଇତିହାସ ଅଧ୍ୟୟନ କଲେ ଜଣାଯାଏ ଯେ ପ୍ରାଗଐତିହାସିକ ସମୟର ଚିତ୍ର ପାଣ୍ଡୁଲିପି ଅଭାବରୁ ଅନିଶ୍ଚିତତାରେ ରହିଛି। କିନ୍ତୁ ପତ୍ନତାତ୍ଵିକ ତଥ୍ୟ ଏବଂ ଶିଳାଲେଖରୁ ଜିଲ୍ଲାର ପ୍ରାକ ଐତିହାସିକ ସମୟର ଚିତ୍ର କିଛି ମାତ୍ରାରେ ଲୋକ ଲୋଚନକୁ ଆସିଛି।

ନାସିକ ଶିଳାଲିପିରୁ ଜଣାଯାଏ ଯେ, ଖ୍ରୀଷ୍ଟାବ୍ଦ୩ୟ ଶତାବ୍ଦୀବେଳକୁ ଶତବାହନ ବଂଶ ଏହି ଜିଲ୍ଲାରେ ରାଜୁତି କରୁଥିଲେ। ତତ୍ପରେ ୩ୟ ଏବଂ ୪ର୍ଥ ଶତାବ୍ଦୀ ପରେ ଗୁପ୍ତବଂଶ ଏବଂ ୬ଷ୍ଠ ଓ ୭ମ ଶତାବ୍ଦୀରେ ଭୌମକରମାନେ ଢେଙ୍କାନାଳ ଜିଲ୍ଲାକୁ ଶାସନ କରୁଥିଲେ। ପରବର୍ତ୍ତୀ ସମୟରେ ଶୁଭକ୍ଲି ବଂଶଜମାନେ ଢେଙ୍କାନାଳ ଅଞ୍ଚଳରେ ସର୍ବୋଚ୍ଚ କର୍ତ୍ତା ହୋଇ ୯ମ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରୁଥିଲେ। ପରେ ପରେ ବିଭିନ୍ନ ସମୟରେ ବିଭିନ୍ନ ରାଜବଂଶ ତଥା ପ୍ରଧାନମାନେ ଢେଙ୍କାନାଳକୁ ଶାସନ କରି ଆସୁଛନ୍ତି। ଢେଙ୍କାନାଳ ଗଙ୍ଗବଂଶୀମାନଙ୍କ ରାଜୁତି କାଳରେ ଅନେକ ବିକାଶ ସମ୍ଭବ ହୋଇଥିଲା। ସେମାନେ ସୋମ ବଂଶୀମାନଙ୍କୁ ହଟାଇ ରାଜ୍ଯଭାର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟର ରାଜମାନଙ୍କ ଦୁର୍ବଳତାର ସୁଯୋଗ ନେଇ ଶାସନ ଭାର ସୂର୍ଯ୍ୟ ବଂଶୀମାନଙ୍କ ହାତକୁ ଚାଲିଯାଇଥିଲା। ସେତେବେଳକୁ ଏହି ଅଞ୍ଚଳ ଖଣ୍ଡ ବିଖଣ୍ଡିତ ହୋଇ ଛୋଟଛୋଟ ଅଞ୍ଚଳରେ ବିଭକ୍ତ ହୋଇସାରିଥିଲା।ଏଣୁ ଏହି ସମୟର ଐତିହାସିକ ବିବରଣୀଏକ ପ୍ରକାରେ ନାହିଁ କହିଲେ ଚଳେ।

ଢେଙ୍କାନାଳରେ ଅନେକ ଐତିହାସିକ ବ୍ୟକ୍ତିତ୍ବ ଏବଂଐତିହାସିକ କିର୍ତ୍ତୀ ଅନୁଧ୍ୟାନ କଲେ ବଂଶାନୁକ୍ରମିକ ଭାବେ ବହୁ ରାଜା ଢେଙ୍କାନାଳକୁ ଶାସନ କରିଆସିଥିଲେ।

  • ଖ୍ରୀଷ୍ଟାବ୍ଦ ୧୪୩୦ ରୁ ୧୪୯୪ ପର୍ଯ୍ୟନ୍ତ- ହରିସିଂହ ବିଦ୍ଯାଧର
  • ଖ୍ରୀଷ୍ଟାବ୍ଦ୧୫୯୪ ରୁ ୧୬୧୫ ପର୍ଯ୍ୟନ୍ତ – ଲୋକନାଥରାୟ ସିଂହ ଭ୍ରମରବର
  • ଖ୍ରୀଷ୍ଟାବ୍ଦ ୧୬୧୫ ରୁ ୧୬୪୧ ପର୍ଯ୍ୟନ୍ତ – ବଳଭଦ୍ର ରାୟ ସିଂହ
  • ଖ୍ରୀଷ୍ଟାବ୍ଦ ୧୬୪୧ ରୁ ୧୬୮୨ ପର୍ଯ୍ୟନ୍ତ – ନୀଳକଣ୍ଠରାୟ ସିଂହ
  • ଖ୍ରୀଷ୍ଟାବ୍ଦ ୧୬୮୨ ରୁ ୧୭୦୮ ପର୍ଯ୍ୟନ୍ତ – ନୃସିଙ୍ଘ ଭ୍ରମରବର
  • ଖ୍ରୀଷ୍ଟାବ୍ଦ ୧୭୦୮ ରୁ ୧୭୨୮ ପର୍ଯ୍ୟନ୍ତ – କୁଞ୍ଜ ବିହାରୀ ଭ୍ରମରବର
  • ଖ୍ରୀଷ୍ଟାବ୍ଦ ୧୭୨୮ ରୁ ୧୭୪୧ ପର୍ଯ୍ୟନ୍ତ – ବ୍ରଜ ବିହାରୀ ଭ୍ରମରବର
  • ଖ୍ରୀଷ୍ଟାବ୍ଦ ୧୭୪୧ ରୁ ୧୭୪୩ ପର୍ଯ୍ୟନ୍ତ – ଦାମୋଦର ଭ୍ରମରବର
  • ଖ୍ରୀଷ୍ଟାବ୍ଦ ୧୭୪୩ ରୁ ୧୭୮୫ ପର୍ଯ୍ୟନ୍ତ – ତ୍ରିଲୋଚନ ସିଂହ ଭ୍ରମରବର
  • ଖ୍ରୀଷ୍ଟାବ୍ଦ ୧୭୮୫ ରୁ ୧୭୯୬ ପର୍ଯ୍ୟନ୍ତ – ଦୟାନିଧି ମହେନ୍ଦ୍ର ବାହାଦୂର
  • ଖ୍ରୀଷ୍ଟାବ୍ଦ ୧୭୯୬ ରୁ ୧୮୦୭ ପର୍ଯ୍ୟନ୍ତ – ରାମଚନ୍ଦ୍ର ମହେନ୍ଦ୍ର ବାହାଦୂର
  • ଖ୍ରୀଷ୍ଟାବ୍ଦ ୧୮୦୭ ରୁ ୧୮୨୨ ପର୍ଯ୍ୟନ୍ତ – କୃଷ୍ଣଚନ୍ଦ୍ର ମହେନ୍ଦ୍ର ବାହାଦୂର
  • ଖ୍ରୀଷ୍ଟାବ୍ଦ ୧୮୨୨ ରୁ ୧୮୩୦ ପର୍ଯ୍ୟନ୍ତ -ଶ୍ୟାମଚନ୍ଦ୍ର ମହେନ୍ଦ୍ର ବାହାଦୂର
  • ଖ୍ରୀଷ୍ଟାବ୍ଦ ୧୮୩୦ ରୁ ୧୮୭୩ ପର୍ଯ୍ୟନ୍ତ – ଭଗିରଥ ମହେନ୍ଦ୍ର ବାହାଦୂର
  • ଖ୍ରୀଷ୍ଟାବ୍ଦ ୧୮୭୩ ରୁ ୧୮୭୭ ପର୍ଯ୍ୟନ୍ତ -ପୀତାମ୍ବର ଦେଓ
  • ଖ୍ରୀଷ୍ଟାବ୍ଦ ୧୮୭୭ ରୁ ୧୮୮୫ ପର୍ଯ୍ୟନ୍ତ -ଦୀନବନ୍ଧୁ ମହେନ୍ଦ୍ର ବାହାଦୂର
  • ଖ୍ରୀଷ୍ଟାବ୍ଦ ୧୮୮୫ ରୁ ୧୯୦୫ ପର୍ଯ୍ୟନ୍ତ – ସୂର୍ଯ୍ୟ ପ୍ରତାପ ମହେନ୍ଦ୍ର ବାହାଦୂର
  • ଖ୍ରୀଷ୍ଟାବ୍ଦ ୧୯୦୫ ରୁ ୧୯୧୮ ପର୍ଯ୍ୟନ୍ତ -ସୂର୍ଯ୍ୟ ପ୍ରତାପ ମହେନ୍ଦ୍ର ବାହାଦୂର
  • ଖ୍ରୀଷ୍ଟାବ୍ଦ ୧୯୧୮ ରୁ ୧୯୪୭ ପର୍ଯ୍ୟନ୍ତ -ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୂର

ଏହି ୧୮ ଜଣ ରାଜାଙ୍କ ଶାସନ କାଳରେ ପ୍ରଶାସନିକ, ରାଜନୈତିକ, ସାମାଜିକ ଅର୍ଥନୀତି ଏବଂ ସାଂସ୍କୃତିକ କ୍ଷେତ୍ରରେ ଜିଲ୍ଲାର ବହୁବିଧ ଅଗ୍ରଗତି ହୋଇପାରିଛି । ଯେତେବେଳେ ଦେଶ ୧୯୪୭ ମସିହାରେ ସ୍ଵାଧୀନତା ଲାଭ କଲା ସେତେବେଳର ଢେଙ୍କାନାଳ ରାଜ୍ୟ ସଂଯୁକ୍ତ ଭାରତ ବର୍ଷରେ ଯୁକ୍ତ ହୋଇଥିଲା ।