କଳା ଏବଂ ସଂସ୍କୃତି

ଢେଙ୍କାନାଳ ଜିଲ୍ଲାର କଳା ଓ ସଂସ୍କୃତି

ଢେଙ୍କାନାଳ ଜିଲ୍ଲାର କଳା ଏବଂ ସଂସ୍କୃତି ଅତୀବ ସମୃଦ୍ଧ ଓ ଅନନ୍ୟ ଅଟେ। ଜିଲ୍ଲାର ହସ୍ତ କଳା ଜାତୀୟ ଓ ଆନ୍ତ୍ରର୍ଜାତୀୟ ସ୍ତରରେ ବହୁଳ ଭାବରେ ଆଦୃତ ହୋଇଛି ଏବଂ କଳାରନୈପୁଣତାଏବଂ ବିବିଧତା ପାଇଁ ସର୍ବଜନବିଦିତ। ଏହାର ଡୋକ୍ରା କାମ, ପିତ୍ତଳ, ଭାସ୍କର କାର୍ଯ୍ୟ, ସିଙ୍ଗକାମ, କୁଟା(ନଡା)କାମ, କାଠ ଏବଂ ପଥର ଖୋଦେଇ, ବାଉଁଶ କାମ, ଆଦିବାସୀ ଅଳଙ୍କାର କାମ, ରୂପା ତରକଶୀ କାମ ଏବଂ କୋମଳ, ଖେଳଣା କାର୍ଯ୍ୟ, ଚିତ୍ର କଳା ଯୁକ୍ତ ବୟନ ଶିଳ୍ପ, କଳାକୃତି , ମାଟିପାତ୍ର, ତୁଳା କଣ୍ଢେଇ, ରେଶମ ଗାଲିଚା ଇତ୍ୟାଦି ଜିଲ୍ଲାର କଳା ନୈପୁଣ୍ୟତାକୁ ପରିପ୍ରକାଶ କରିବା ସହିତ କଳା ଏବଂ କଳାକାର ସ୍ଵଦେଶ ତଥା ଅନ୍ତଃରାଷ୍ଟ୍ରୀୟ ବଜାରରେ ଆଦର ଲାଭ କରିଛନ୍ତି।

ଢେଙ୍କାନାଳର ସଂସ୍କୃତି ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ଧର୍ମାବଲମ୍ବୀଙ୍କ ମାଧ୍ୟମରେ ସୁନ୍ଦର ପରିପ୍ରକାଶ ଘଟିଛି। ହିନ୍ଦୁମାନଙ୍କ ମଧ୍ୟରେ ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ ତଥା ବୌଦ୍ଧ ଧର୍ମ, ମହିମା ଧର୍ମ ପରି ଅନ୍ଯାନ୍ଯ ଧର୍ମ ସଂସ୍କୃତିକୁ ପ୍ରଭାବିତ କରିଛି। ମଠ, ମନ୍ଦିର, ସଂସ୍ଥାନ ମଧ୍ୟ ଜିଲ୍ଲାରେ ସମତାଳରେ ଚାଲନ୍ତି। କପିଳାସର ଜାଗର, ଯୋରନ୍ଦା ମହିମା ମେଳା, ଢେଙ୍କାନାଳର ପ୍ରସିଦ୍ଧଗଜଲକ୍ଷ୍ମୀ ପୂଜା, ସପ୍ତଶଯ୍ୟାର ରାମ ନବମୀ, ନାଧରା ରାମଚଣ୍ଡୀଙ୍କମକର ଯାତ୍ରା, ଆଦି ଅନେକ ଜାନୀଯାତ୍ରା ଜିଲ୍ଲା ସଂସ୍କୃତିର ମାନଦଣ୍ଡକୁ ବୃଦ୍ଧି କରିଛନ୍ତି।

ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଜିଲ୍ଲାର ସଂସ୍କୃତି ସହିତ ଯୋଡି ହୋଇ ରହିଛି। ଜିଲ୍ଲାରେ ପାଲା, ଦଶକାଠିଆ, ଗୋପାଳ ଲଉଡି, ଦଣ୍ଡ, ପାଇକ ଆଖଡା, କେନ୍ଦରା ଗୀତ, ଆଦିବାସୀ ନୃତ୍ୟ, ପଲ୍ଲୀ ନୃତ୍ୟ,, କଣ୍ଢେଇ ନୃତ୍ୟ, ଖଞ୍ଜଣି ଭଜନ, ସଙ୍କୀର୍ତ୍ତନ ଆଦି ଲୋକ ନୃତ୍ୟ ଏବଂ ସଙ୍ଗୀତ ଜିଲ୍ଲାକୁ ଋଦ୍ଧିମନ୍ତ କରିଛି। ଜିଲ୍ଲାର ଏହି ଲୋକକଳା ଏବଂ କଳାକାରମାନଙ୍କୁ ଆର୍ଥିକ ଏବଂ ସାମାଜିକ ବିଭବକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଜିଲ୍ଲା କଳା ସଂସ୍କୃତ ସଂଘ ଏବଂ ବ୍ଲକ ସ୍ତରରେ ବ୍ଲକ କଳା ସଂସ୍କୃତ ସଂଘ ଗଠନ କରିଛନ୍ତି। ଯାହା ମାଧ୍ୟମରେ ଜିଲ୍ଲାର ଲୋକ କଳାକାରମାନେ ନିଜର ପାରମ୍ପରିକ କଳାକୁ ବଞ୍ଚାଇବା ସହିତ କଳାକାରମାନେ ମଧ୍ୟ ଆର୍ଥିକ କ୍ଷେତ୍ରରେ ଉପକୃତ ହୋଇ ପାରିଛନ୍ତି। ୧୦ ହଜାରରୁ ଉଦ୍ଧ୍ବ କଳାକାର ପଞ୍ଜୀକୃତ ହୋଇ ସାରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସଂସ୍କୃତ ବିଭାଗ ଲୋକ କଳାର ବିକାଶ ପାଇଁ ଅଧିକ କାର୍ଯ୍ୟ କରୁଥିବାରୁ ଢେଙ୍କାନାଳକୁ ଆଦର୍ଶ ଜିଲ୍ଲାର ମାନ୍ୟତା ଦେଇଥିବା ବେଳେ ଜିଲ୍ଲାକୁ ପୁରସ୍କୃତ କରିଛନ୍ତି। ଏହା ବ୍ୟତିରେକ ଅନ୍ୟ କଳା ଏବଂ କଳାକାରମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାପାଇଁ ଗୌରବ ବହନ କରନ୍ତି।

ଜିଲ୍ଲାରେ ଅନେକ ସାହିତ୍ଯ, ସଙ୍ଗୀତ, ନୃତ୍ୟ ଏବଂ ନାଟକ ଜିଲ୍ଲାର ସାଂସ୍କୃତିକ ଆନ୍ଦୋଳନକୁ ଉଦଜୀବିତ କରି ରଖିଛନ୍ତି।

କପିଳାସ

କପିଳାସ

ଅନେକ ଐତିହାସିକ ମନ୍ଦିର ଏବଂ ସ୍ଥାନ ଢେଙ୍କାନାଳର କଳା ସଂସ୍କୃତିର ଗଭୀରତକୁ ଦର୍ଶାଇଥାଏ। କପିଳାସ ପର୍ବତ ଶିଖରରେ ଭଗବାନ ଶିବ ଚନ୍ଦ୍ରଶେଖରଙ୍କ ମନ୍ଦିର ଦୃଶ୍ୟମାନ। ଯାହାର ଉଚ୍ଚତା ପ୍ରାୟ 457 ମିଟର। ପ୍ରତ୍ୟକ ବର୍ଷ ମହା ଶିବ ରାତ୍ରୀରେ ‘ ଜାଗର ଯାତ୍ରା ‘ ପାଳିତ ହୋଇଥାଏ। କପିଳାସ ପର୍ବତରେ ଅନେକ ଗୁଡିଏ ଗୁମ୍ଫା ମଧ୍ୟ ଯୁଗୀୟ ମଠ ମନ୍ଦିର ରହିଛି। ସେଥିମଧ୍ୟରୁ କିଛି ଗୁମ୍ଫା ପୌରାଣିକ ଅଧ୍ୟାୟ ସହିତ ଜଡିତ ଥିବାରୁ ଦର୍ଶକମାନଙ୍କୁ ଅକୃଷ୍ଟ କରିଥାଏ। ମହାନ ମୁନି ଶ୍ରୀଧର ସ୍ଵାମୀ ଭଗବତରେ ଟୀକା କରିଥିବା ବେଳେ ମହିମା ଗୋସେଇ ମହିମା ଧର୍ମର ପ୍ରଚାର ପ୍ରସାର କରିଥିଲେ।

ଯୋରନ୍ଦା

ଯୋରନ୍ଦା

 

 

ଯୋରନ୍ଦା ଏକ ଧାର୍ମିକ ତଥା ଐତିହାସିକ କେନ୍ଦ୍ର ସ୍ଥଳୀ । ଯେଉଁଠାରେ କି ମହିମା ଧର୍ମର ସମାଧି ପୀଠ ରହିଛି। ସେଠାରେ ଥିବା ଶୂନ୍ୟ ମନ୍ଦିର, ଧୁନି ମନ୍ଦିର ଓ ଗାଦି ମନ୍ଦିରକୁ ଅନେକ ଶ୍ରଦ୍ଧାଳୁ ଓ ସ୍ଵାମିଜିମାନେ ମଘ ମାସର ପୁର୍ଣିମା ଦିନ ଏକତ୍ରିତ ହୋଇଥାନ୍ତି। ଏହା ପ୍ରତ୍ଯେକ ବର୍ଷର ଜାନୁୟାରୀ ବା ଫ୍ରେବୁଆରୀ ମାସରେ ପଡିଥାଏ।

ଲକ୍ଷ୍ମୀପୂଜା

ଗଜଲକ୍ଷ୍ମୀ ପୂଜା

 

ଅନେକ ଗୁଡିଏ ବଡବଡ ଜାନିଯାତ୍ରା ରହିଛି ଯାହାଦ୍ୱାରା ଢେଙ୍କାନାଳର ଉନ୍ନତ କଳା ସଂସ୍କୃଟତିକୁ ପ୍ରତିଫଳିତ କରିଥାଏ। ଜିଲ୍ଲାରେ ପାଳିତ ହେଉଥିବା ଗଜଲକ୍ଷ୍ମୀ ପୂଜା ପ୍ରାୟ ୧୧ ଦିନ ପର୍ଜ୍ୟନ୍ତ ମହା ଯାକଜମକରେ ପାଳିତ ହୋଇଥାଏ। ଢେଙ୍କାନାଳର ପ୍ରତ୍ଯେକ ସ୍ଥାନ ରଙ୍ଗ ବେରଙ୍ଗର ଆଲୋକ ରେ ମଣ୍ଡପ ଗୁଡିକ ଆଚ୍ଛାଦିତ ହୋଇଥାଏ। ଏହି ଲକ୍ଷ୍ମୀ ପୂଜା ସମୟରେ ଜିଲ୍ଲା ପ୍ରଶାସନ ତଥା ସରକାରୀ ସଂସ୍ଥା ଏକାଠି ‘ପଲ୍ଲିଶ୍ରୀ ମେଳା’ର ଆୟୋଜନ କରିଥାନ୍ତି। ସାଂସ୍କୃତିକ ସଂସ୍ଥା ମାନେ ଅନେକ ନାଚ ଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାନ୍ତି।

ପ୍ରତି ବର୍ଷ ମହାଶିବରାତ୍ରୀରେ କପିଳାସଠାରେ ‘ଜାଗର ଯାତ୍ରା’ ଅନୁଷ୍ଠିତ ହୋଇଥାଏ।ଦେଶର ବିଭିନ୍ନ କୋଣ ଅନୁକୋଣରୁ ସାଧକ ଓ ତୀର୍ଥଯାତ୍ରୀ କପିଳାସ ଶୃଙ୍ଗଠାରେ ଜନସମାଗମ ହୋଇଥାଏ। କାମାକ୍ଷାନଗରର ଦଶହରା ଯାତ୍ରା ଢେଙ୍କାନାଳ ଜିଲ୍ଲା ସଂସ୍କୃତିର ଏକ ସ୍ଵତନ୍ତ୍ର ଗୁରୁତ୍ବ ପୂର୍ଣ୍ଣ ସ୍ଥାନାଧିକାର କରିଛି। କାମାକ୍ଷାନଗରରେ ଭଗବତୀଦୂର୍ଗାଙ୍କର ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଭାବରେ ପୂଜାର୍ଚ୍ଚନା କରାଯାଏ। ପ୍ରସିଦ୍ଧ ‘ମାଘମେଳା’ ପବିତ୍ର ମହିମାଧାମ ଯୋରନ୍ଦାରେ ପାଳିତ ହୋଇଥାଏ। ଏହା ପ୍ରତ୍ଯେକ ବର୍ଷ ‘ମାଘ ପୂର୍ଣ୍ଣୀମାରେ’ ହୋଇଥାଏ ଏବଂ ଏହା ଚାରି ଦିନପର୍ଯ୍ୟନ୍ତ ପାଳିତ ହୁଏ। ଭୁବନର ବଳଦ ଯାତ୍ରା ସେହିପରି ଏକ ସ୍ଵତନ୍ତ୍ର ପରିଚୟ ।ଏହି ବଳଦ ଯାତ୍ରାରେ ବଳଦଙ୍କ ମଧ୍ୟରେ ଦୌଡ ପ୍ରତିଯୋଗିତାର ଆୟୋଜନ ହୋଇଥାଏ।

ଦଣ୍ଡନାଚ

ଦଣ୍ଡନାଚ

ପାଇକ ଆଖଡା, ଗୋପାଳ ଲଉଡି, ଦଣ୍ଡ ନାଚ, ଘୁମୁରା, ଚାଙ୍ଗୁ, ବନଦୀ ନାଚ, ଓଡିଶୀ, କୀର୍ତ୍ତନ, ଧୁଡୁକି ନାଚ, କଣ୍ଢେଇ ନାଚ ଏବଂ ଘୋଡା ନାଚ ଆଦି ଅନେକ ନାଚ ଜିଲ୍ଲାରେ କରାଯାଏ। ଅତିପୁରାତନ/ସ୍ମରଣାତୀତ ମହିଳା ପାଲା ଓ ଓଡିଶୀ କୀର୍ତ୍ତନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମୁଗ୍ଧ କରିଥାନ୍ତି।

 

ସାଂସ୍କୃତିକ

ଘୋଡା ନାଚ

ଏଠାରେ ଅନେକ ପ୍ରକାରର ସାହିତ୍ୟ, ସଂସ୍କୃତି ଏବଂ ନାଟକୀୟ ସଂସ୍ଥାମାନ ଜିଲ୍ଲାର ସାମାଜିକ ସାଂସ୍କୃତିକ ଜୀବନଧାରର ଉନ୍ନତିର ଭୂମିକା ଗ୍ରହଣ କରିଥାଏ।