ଜିଲ୍ଲା ସାମାଜିକ ଜନମଙ୍ଗଳ ବିଭାଗ
ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଢେଙ୍କାନାଳ
ସମନ୍ୟୁତ ଶିଶୁ ବିକାଶ ଯୋଜନା :
ଢେଙ୍କାନାଳ ଜିଲ୍ଲାର ସମସ୍ତ ଆଠଗୋଟି ବ୍ଲକ ରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉ ଅଛି । ଜିଲ୍ଲାରେ ଥିବା ସମସ୍ତ ଶିଶୁ ବିକାଶ ଯୋଜନା କାର୍ୟାଳୟ ର ନାମ ଓ ମଞ୍ଜୁର ଓ କାର୍ଯ୍ୟକାରୀ ହେଉଥିବା ଅଙ୍ଗନ୍ବାଡି କେନ୍ଦ୍ରର ସଂଖ୍ୟା ନିମ୍ନରେ ପ୍ରଦାନ କରାଗଲା।
କ୍ର.ନଂ. | ଯୋଜନା କାର୍ଯ୍ୟ।ଳୟ ର ନାମ | ମଞ୍ଜୁରୀ ପ୍ରାପ୍ତ ଅଙ୍ଗନବାଦୀ କେନ୍ଦ୍ର ସଂଖ୍ୟା | କାର୍ଯକ୍ଷମ ଅଙ୍ଗନ୍ବାଡି କେନ୍ଦ୍ର ସଂଖ୍ୟା | ମଞ୍ଜୁର ପ୍ରାପ୍ତ ମିନି ଅଙ୍ଗନ୍ବାଡି କେନ୍ଦ୍ର ସଂଖ୍ୟା | କାର୍ଯକ୍ଷମ ମିନି ଅଙ୍ଗନ୍ବାଡି କେନ୍ଦ୍ର ସଂଖ୍ୟା |
---|---|---|---|---|---|
୧ | ଢେଙ୍କାନାଳ ସଦର | ୨୩୮ | ୨୩୮ | ୪୩ | ୪୩ |
୨ | ଗନ୍ଦିଆ | ୨୩୫ | ୨୩୫ | ୩୫ | ୩୫ |
୩ | ଓଡାପଡା | ୨୬୮ | ୨୬୮ | ୩୦ | ୩୦ |
୪ | ହିନ୍ଦୋଳ | ୩୬୬ | ୩୬୬ | ୫୭ | ୫୭ |
୫ | କାମାକ୍ଷାନଗର | ୧୮୮ | ୧୮୮ | ୫୯ | ୫୯ |
୬ | କଙ୍କଡ଼ାହାଡ଼ | ୧୫୭ | ୧୫୭ | ୫୨ | ୫୨ |
୭ | ପରଜଙ୍ଗ | ୧୬୮ | ୧୬୮ | ୩୪ | ୩୪ |
୮ | ଭୁବନ | ୨୫୩ | ୨୫୩ | ୧୭ | ୧୭ |
କ୍ର.ନଂ. | ପଦବୀ | ଅନୁମୋଦିତ ପଦବୀ | କାର୍ଯରତ ବ୍ୟକ୍ତି ସଂଖ୍ୟା | ଖାଲିଥିବା ପଦବୀ |
---|---|---|---|---|
୧ | ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ | ୮ | ୭ | ୧ |
୨ | ପରିଦର୍ଶିକା | ୮୪ | ୬୨ | ୨୨ |
୩ | ଅଙ୍ଗନ୍ବାଡି କର୍ମୀ | ୨୨୦୦ | ୨୧୮୪ | ୧୬ |
୪ | ଅଙ୍ଗନ୍ବାଡି ସହାୟିକା | ୧୮୭୩ | ୧୮୫୯ | ୧୪ |
ସମନ୍ୱିତ ଶିଶୁ ବିକାଶ ଯୋଜନା ର ଉଦେଶ୍ୟ :
- ଜନ୍ମର ଛ ବର୍ଷ ବୟସ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ପରିପୃଷ୍ଟିର ବିକାଶ ସାଧନ ।
- ଶିଶୁମାନଙ୍କର ମୃତ୍ୟୁ, ରୋଗ, ପୃଷ୍ଟି ହୀନତା ଓ ବିଦ୍ୟାଳୟ ରେ ଅନୁପସ୍ଥିତିର ହାର କମାଇବା ।
- ବାଲ୍ୟାବସ୍ତାରେ ମାନସିକ, ଶାରୀରିକ ଓ ସାମାଜିକ ବିକାଶର ମୂଳ ଭିତ୍ତି ପ୍ରତିଷ୍ଠା କରିବା ।
- ମା ମାନେ ଯେ ପରି ନିଜ ପିଲାଙ୍କର ସ୍ଵାସ୍ଥ ଓ ପରିପୃଷ୍ଟି ର ଯତ୍ନ ନେଇ ପାରିବେ ସେଥିପାଇଁ ଶିକ୍ଷା ଦେଇ ମା ମାନଙ୍କର ଦକ୍ଷତା ବଢାଇବା ।
- ଶିଶୁ ବିକାଶ କୁ ଆଗେଇ ନେବା ପାଇଁ ସରକାର ଙ୍କ ବିଭାଗ ମଧ୍ୟରେ ସୁ ସମ୍ପର୍କ ଓ ସମନ୍ଵୟ ପ୍ରତିଷ୍ଠା କରିବା ।
- ଉପରୋକ୍ତ ଉଦ୍ଦେଶ୍ୟ ଗୁଡିକ ହାସଲ କରିବା ପାଇଁ ସମନ୍ଵିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ୬ ଗୋଟି ସେବା ଜରିଆରେ ନିମ୍ନ କାର୍ଯକ୍ରମଗୁଡିକର ରୂପାଯନ କରାଯାଉ ଅଛି ।
କ. ପରିପୂରକ ପୃଷ୍ଟିକର ଖାଦ୍ୟ କାର୍ଯ୍ୟକ୍ରମ
ଢେଙ୍କାନାଳ ଜିଲ୍ଲାରେ ଏହି ଯୋଜନା 2002 ଫ୍ରେବୃଆରି ମାସରୁ କାର୍ଯ୍ୟକାରୀ ହେଉଅଛି। ଏହି ଯୋଜନାରେ ସମସ୍ତ ଗର୍ଭବତୀ ମହିଳା, ପ୍ରସୂତି ମହିଳା ଓ 6 ମାସରୁ 6 ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ପୃଷ୍ଟି ଧାରଣ ସ୍ତିତି ର ଉନ୍ନତି ସାଧନ ପାଇଁ ଅଙ୍ଗନ୍ବାଡି କେନ୍ଦ୍ର ମାଧ୍ୟମରେ ଏହି ସେବା ଯୋଗାଇ ଦିଅ ଯାଉ ଅଛି। ଏହା ଛଡା ପୃଷ୍ଟିହୀନ ପିଲାମାନଙ୍କୁ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯାଉ ଅଛି।ଏହି ଯୋଜନା ରେ ମାସର 25 ଦିନ ପାଇଁ ଖାଦ୍ଯର ବ୍ୟବସ୍ଥା ଅଛି। ଅଙ୍ଗନ୍ବାଡି କେନ୍ଦ୍ରକୁ ଆସୁଥିବା ପ୍ରାକ ବିଦ୍ୟାଳୟର ପିଲାମାନଙ୍କୁ ରନ୍ଧା ଖାଦ୍ଯ ଓ 6 ବର୍ଷରୁ 3 ବର୍ଷର ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତି ମହିଳା ମାନଙ୍କୁ ଶୁଖିଲା ଖାଦ୍ଯ(ଛତୁଆ ) ପ୍ରଦାନ କରାଯାଇ ଥାଏ। ଏହାଛଡା ସରକାରଙ୍କ ଦୟାର ଅନୁମୋଦିତ ସାପ୍ତାହିକ ଖାଦ୍ଯ ତାଲିକା ଅନୁଯାଇ ସକାଳର ଜଳଖିଆ ମଧ୍ୟ ପ୍ରାକ ବିଦ୍ୟାଳୟଦ ର ପିଲାମାନଙ୍କୁ ଦିଆଯାଇଥାଏ । ଡିସେମ୍ବର 2014 ମାସ ଠାରୁ ଅଙ୍ଗନ୍ବାଡି କେନ୍ଦ୍ର ମାନଙ୍କରେ ଅଙ୍ଗନ୍ବାଡି କର୍ମୀ ଓ ସହାୟିକା ମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉ ଅଛି। ଗତ 2011 ମସିହା ଏପ୍ରିଲ ମାସ 1 ତାରିଖ ଠାରୁ ସମସ୍ତ ଅଙ୍ଗନ୍ବାଡି କେନ୍ଦ୍ରରେ ବିକେନ୍ଦ୍ରୀକରଣ ଯୋଜନା ଲାଗୁ କରାଯାଇ ଅଛି।
ମୋଟ ଉପଭୋକ୍ତାଙ୍କ ସଂଖ୍ୟା | ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସଖ୍ୟା | ୬ ମାସରୁ ୩ ବର୍ଷର ଶିଶୁଙ୍କ ସଂଖ୍ୟା | ୩ ବର୍ଷରୁ ୬ ବର୍ଷର ଶିଶୁଙ୍କ ସଂଖ୍ୟା |
---|---|---|---|
୧୦୯୭୧୬ | ୧୯୭୧୫ | ୪୫୩୭୬ | ୪୪୬୩୪ |