ବନ୍ଦ କରନ୍ତୁ

ପସନ୍ଦ ସ୍ଥାନ

ଅତୀବ ସୌନ୍ଦର୍ଯ୍ୟଶୋଭିତ ଭୂମି

କପିଳାସ

ଢେଙ୍କାନାଳ ସହରରୁ ୨୬କିଲୋମିଟର ରାସ୍ତା ଦୂରରେ କପିଳାସ। କପିଳାସ ମନ୍ଦିରକୁ ଯିବା ପାଇଁ ୧୨ ବାଙ୍କ ରାସ୍ତା ରହିଥିବାବେଳେ ୧୩୫୨ ପାବଚ୍ଛ ରାସ୍ତାମଧ୍ୟ ରହିଅଛି। ପାବଛ ରାସ୍ତାରେ ଚାଲିକି ଯିବାକୁ ପଡୁଥିବାବେଳେ ବାରବାଙ୍କ ରାସ୍ତାରେ ଟ୍ୟାସ୍କି କିମ୍ବା ଦୁଇ ଚକିଆ ଯାନ ଯୋଗେ ମନ୍ଦିର ଉପରକୁ ଯାଇହେବ। ପର୍ବତ ଶ୍ରେଣୀ ମଧ୍ୟରେ ୪୫୭ ମିଟରଉଚ୍ଚ ପାହାଡରେ ଭଗବାନ ସିବା ଚନ୍ଦ୍ର ଶେଖର (ଶିଖରେଶ୍ଵର) ନାମରେ ପୂଜା ପାଉଛନ୍ତି। ପ୍ରତ୍ଯେକ ବର୍ଷ ଶ୍ରାବଣମାସରେ ଲକ୍ଷ ଲକ୍ଷ ଭକ୍ତ ରାଜ୍ୟ ଏବଂରାଜ୍ୟ ବାହାରୁ ଜଳାଭିଷେକ କରି ମନସ୍କାମନା ପୂର୍ଣ୍ଣ ପାଇଁ କାଉଁରିଆ ଆସିଥାନ୍ତି। ଅନ୍ୟ ପକ୍ଷରେ ଠାକୁରଙ୍କ ମହାଶିବରାତ୍ରୀ ବା ଜାଗରଯାତ୍ରାରେ ପୀଠରେ ଲକ୍ଷ ଲକ୍ଷ ଭକ୍ତ ଦୀପ ଜାଳିବାର ଦୃଶ୍ୟ ଆକର୍ଷଣୀୟ ହୋଇଥାଏ। ପୀଠରେ ନାରାୟଣ, ମା ପାର୍ବତୀ, ପତିତପାବନ ଆଦି ଅନେକ ଦିଅଁ ପୂଜା ପାଇଥାନ୍ତି। ଅନେକ ଗୁମ୍ଫା ମଠ ମନ୍ଦିରର ଶୋଭାବର୍ଦ୍ଧନ କରିଥାନ୍ତି ଏବଂ ଭିନ୍ନ ଭିନ୍ନ ପୌରାଣିକଅଧରକୁ ପରିପ୍ରକାଶ କରିଥାନ୍ତି। ପ୍ରସିଦ୍ଧ ଟୀକାକାର ଭାଗବତର ଟୀକା କରିଥିବାବେଳେ କପିଳମୁନି କପିଳ ସ॰ହିତା ରଚନା କରିଥିବାର ଜଣାଯାଏ। ସେହିପରି ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ଵାମୀ କପିଳାସରେ ସିଦ୍ଧି ଲାଭ କରି ମହିମା ଧର୍ମରପ୍ରଚାର ପ୍ରସାର କରିଥିଲେ। ବର୍ଷସାରା ଭକ୍ତ ଏବଂ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ବର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ବର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୬୬୩୧

ଯୋରନ୍ଦା-ମହିମାଗାଦି

ମହିମାଧର୍ମର ଧାର୍ମିକ ଓ ଐତିହାସିକ ମଧ୍ୟସ୍ଥଳ ଜୋରନ୍ଦା ମହିମା ଗୋସାଇଁ ସମାଧିପୀଠ, ଶୂନ୍ୟମନ୍ଦିର ଅନ୍ୟମନ୍ଦିର ଗାଦିମନ୍ଦିର ଏବଂ ଅନେକ ସାଧୁମାନଙ୍କର ମଧ୍ୟ ରହିଛି। ମାଘ ପୁର୍ଣିମା ସଭା ସାଧାରଣ ଭାବରେ ଇ॰ରାଜୀ ଜାନୁୟାରୀ ଓ ଫେବୃଆରୀ ମାସରେ ପଡିଥାଏ। ଏହିସମୟରେ ଯୋରନ୍ଦାରେ ବିଶ୍ଵପ୍ରସିଦ୍ଧ ମାଘମେଳା ହୋଇଥାଏ। ମହଣ ମହଣ ଘୃତ ବିଶ୍ବବାସୀଙ୍କ ମଙ୍ଗଳ ନିମନ୍ତେ ବିଶ୍ବବାସୀଙ୍କ ଉଦ୍ଵେଶରେ ଜଳାଯାଇଥାଏ। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଯୋରନ୍ଦା ମହିମାଗାଦିକୁ ପରିଦର୍ଶନରେ ଆସିଥାନ୍ତି। ଏହି ଧର୍ମର ମୁଖ୍ୟପ୍ରଚାରକ ମହିମା ଧର୍ମକୁ ସ୍ଵତତ୍ର ପରିଚୟ ଆଣିଦେଇଛି।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ବର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ବର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୬୬୩୧

ସପ୍ତଶଯ୍ୟା

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସପ୍ତଶଯ୍ୟା ପର୍ବତମାଳା ଢେଙ୍କାନାଳ ସଦର ମହକୁମାର ଦକ୍ଷିଣ ଦିଗରେ ୧୧ କିମି ଦୂରରେ ସପ୍ତଶଜ୍ୟା ରହିଛି।  ପୌରଣିକ ବର୍ଣନା ଅନୁଯାଇ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ପର୍ବତମାଳରେ ବସବାସ କରୁଥିଲେ। ପ୍ରଭୁ ଶ୍ରୀରାମ ଚନ୍ଦ୍ରକୁ ସମର୍ପିତ ରଘୁନାଥ ଜୀଉ ମନ୍ଦିର ରାମ, ଲକ୍ଷ୍ମଣ, ସୀତା ମୂର୍ତି ସ୍ଥାପନ ହୋଇଛି। ଏହି ମନ୍ଦିର ରାଣୀ ରତ୍ନପ୍ରଭା ଦେବୀ ନିର୍ମାଣ କରିଥିଲେ ।ରାମନବମୀ ସମୟରେ (ମାର୍ଚ୍ଚ-ଏପ୍ରିଲ) ରେ ଏଠାକୁ ବହୁ ଶ୍ରଦ୍ଧାଳୁ ଭକ୍ତ ଆଗମନ କରନ୍ତି। ଏହି ସପ୍ତଶଯ୍ୟା ପର୍ବତରୁ ଏକ ନୀଳ ଜଳରାଶି ସଦୃଶ ପାହାଡିଆ କ୍ଷୁଦ୍ର ଝରଣା ସପ୍ତଶଯ୍ୟାର ପାଦଦେଶକୁ କୁଲୁକୁଳୁ ଗାନ କରି ବହିଆସୁଅଛି ଯାହାକି ପ୍ରାକୃତିକ ଭାବରେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି ।ସମୟ କାଟିବା ଓ ବଣଭୋଜି କରିବା ପାଇଁ ଏହି ସ୍ଥାନଟି ଅତି ମନୋରମ ଅଟେ।ଏହି ସ୍ଥାନକୁ ଯିବାପାଇଁ ହେଲେ ଢେଙ୍କାନାଳରୁ ଟ୍ଯାକ୍ସି କିମ୍ବା ଦୁଇଚକିଆ ଯାନରେ ଯିବାର ସୁବିଧା ରହିଛି ।ଅକ୍ଟୋବରରୁ ମାର୍ଚ୍ଚ ହେଉଛି ପ୍ରକୃଷ୍ଟ ସମୟ।  ଏହାର ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ଭରା ଦୃଶ୍ୟ ଜନ ସମାଜକୁ ଅକୃଷ୍ଟ କରିଥାଏ ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ବର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ବର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୬୬୩୧

ଦଣ୍ଡାଧାର

ଢେଙ୍କାନାଳଠାରୁ ୬୭ କିମି ଓ କାମାକ୍ଷାନଗର ଠାରୁ ୩୦ କିମି ଦୂରରେ ଦଣ୍ଡାଧାର ଜଳସେଚନ ପ୍ରକଳ୍ପ ଅବସ୍ଥିତ। ରାମିଆଲ ନଦୀରେ ଅବସ୍ଥିତ ଅହି ପ୍ରକଳ୍ପ। ପର୍ଯ୍ୟଟକଙ୍କ ବଣଭୋଜି ପାଇଁ ଉକୃଷ୍ଟ ସ୍ଥାନ ହୋଇ ବିସ୍ତୃତ୍ଵ ଜଳରାଶି ଏବଂ ସୂର୍ୟସ୍ତାତ ଉପତ୍ୟକାରେ ଅବସ୍ଥିତ ଅହି ଅଞ୍ଚଳ ଦର୍ଶକ ମାନଙ୍କ ଭିତରେ ସିଂହରଣ ସୃଷ୍ଟି କରିଥାଏ। ଶୀତଦିନେ ଆତାର୍ଥ ଡିସେମ୍ବର ଓ ଫେବ୍ରୁୟାରୀ ମାସରେ ଏଠାକୁ ବୁଲିଆସିବା ଓ ବଣଭୋଜି କରିବାର ଉକୃଷ୍ଟ ସମୟ ଅଟେ। ଭୁବନେଶ୍ବରରୁ ଟ୍ରେନ କିମ୍ବା ଟ୍ଯାକ୍ସି ଯୋଗେ ଢେଙ୍କାନାଳ ପହଞ୍ଚି ସେଠାରୁ ବସଯୋଗେ କାମାକ୍ଷାନଗର ଓ ପରେ ସେଠାରୁ ଟ୍ଯାକ୍ସି କିମ୍ବା ବସଯୋଗେ ଦଣ୍ଡାଧାର ଯାଇହେବ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ବର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ବର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୬୬୩୧

ନାଗନାଥେଶ୍ଵର

ଢେଙ୍କାନାଳ ଠାରୁ ୨୧ କିମି ଦୂରରେ ନାଗନା ଗ୍ରାମରେ ଶ୍ରୀ ଶ୍ରୀ ନାଗନଥେଶ୍ଵର ମହାଦେବ ଓ ନାଗନଥେଶ୍ଵର ମନ୍ଦିର ଅବସ୍ଥିତ। ଜିଲାର ଅହି ସର୍ବପୁରାତନ ଶିବ ମନ୍ଦିର କେଶରୀ ବଂଶଜ ରାଜାମାନଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ପଣ୍ଡିତ ନଗେନ୍ଦ୍ରନାଥଙ୍କ ମତ ଅନୁସାରେ ଏହା ଏକ ଦ୍ଵାଦଶ ଯୋର୍ତିଲୀଙ୍ଗ ଅଟେ ।୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଜ୍ୟୋତିର୍ଲିଙ୍ଗ ଦାରୁକବଣ ବା ନିମ୍ବବଣ ମଧ୍ୟରେ ଅବସ୍ଥିତ। ନାଗେନାସ୍ଥିତ ନାଗନଥେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏହି ବନ ଏବେ ମଧ୍ୟ ଦେଖାଯାଏ ସେହିପରି ଦ୍ଵାଦଶ ଜ୍ୟୋତିର୍ଲିଙ୍ଗର ଶ୍ଳୋକ ଅନୁଯାଇ ନାଗନାଥ ମନ୍ଦିର ଅଙ୍ଗ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ। ଇତିହାସ ଅନୁଯାଇ କଳିଙ୍ଗର ଦକ୍ଷିଣଭାଗ ଅଙ୍ଗଦେଶର ସୀମକୁ ଛୁଇଁଅଛି। ଏଣୁ ଏହି ଅଞ୍ଚଳ ଅଙ୍ଗଦେଶ ଅନ୍ତର୍ଭୁକ୍ତ ହୋଇ ବିବେଚନା କରାଯାଏ। ନାଗନାଥ ମନ୍ଦିର ପାର୍ଶ୍ଵରେ ଏକ ଦୁର୍ଗର ଭଗ୍ନାବଂଶାଶ ରହିଛି। ଯାହା ବର୍ତମାନ ପର୍ଯ୍ୟନ୍ତ ଅନାବିସ୍ତ୍ରୁତ ଅବସ୍ଥାରେ ରହିଛି। ଏହା ବ୍ରାହ୍ମଣୀ ନଦୀକୁଳରେ ଅବସ୍ଥିତ ଯାହା ଗଙ୍ଗାନଦୀ ସଦୃଶ ଅଟେ।ଏହି ନଦୀ ଜଳରେ ସ୍ନାନକଲେ ଗଙ୍ଗା ନଦୀରେସ୍ନାନ କରିବା ସହ ସମାନ ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ବର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ବର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୬୬୩୧

ସରାଙ୍ଗ

ଢେଙ୍କାନାଳ ଠାରୁ ୬୭ କିମି ଦୂର ଓ ଅନୁଗୁଳ ଠାରୁ ୨୩ କିମି ତଥା ତାଳଚେର ଠାରୁ ୩ କିମି ଦୂରରେ ସରାଙ୍ଗ ଅବସ୍ଥିତ। ବ୍ରାହ୍ମଣୀ ନଦୀର ପତୁରିଆ ଅବବାହିକାରେ ଭଗବାନ ବିଷ୍ନୁଙ୍କର ଅନନ୍ତଶୟନ ମୁଦ୍ରାରେ ରହିଛନ୍ତି ନଗରଜା ଅନନ୍ତଙ୍କ ଫଣା ଭଗବାନ ବିଷ୍ନୁଙ୍କ ମୁକୁଟ ସଦୃଶ ପ୍ରଣୟ ମାନରୁ ଓ ଭଗବାନ ବିଷ୍ନୁଙ୍କ ନଭୀରୁ ଉତପର୍ଣ ପଦ୍ମ ସୁର୍ଷ୍ଟିକର୍ତା ବ୍ରହ୍ମଙ୍କୁ ଧାରଣ କରିଛି। ଭଗବାନ ବିଷ୍ନୁଙ୍କର ଅହି ଅନନ୍ତ ଶୟନ ମୁଦ୍ରା ବ୍ରାହ୍ମଣୀ ନଦୀରେ ଜଳରାଶି ଦ୍ଵାରା ପ୍ଳାବିତ ହୋଇଥାଏ। ଏହି ସ୍ଥାନକୁ ଆସିବାକୁ ହେଲେ ଢେଙ୍କାନାଳ ଠାରୁ ବସ କିମ୍ବା ଟ୍ଯାକ୍ସି ଯୋଗେ ଯାଇ ସରାଙ୍ଗର ଅହି ଅପୂର୍ବକୁ ଦୁର୍ସ୍ୟରଜକୁ ଦେଖିହେବା। ସେପ୍ଟେମ୍ବର ରୁ ଫେବ୍ରୁୟାରୀ ମଧ୍ୟରେ ପରିଦର୍ଶନ ଯିବାରେ ଉତୁକୃଷ୍ଟ ସମୟ ଅଟେ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ବର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ବର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୬୬୩୧

କୁଆଲୋ

ଢେଙ୍କାନାଳରୁ ୭୨ କିମି, ଅନଗୁଳଠାରୁ ୪୫ କିମି ଓ ତାଳଚେରଠାରୁ ୨୫ କିମି ଦୂରରେ ଅବସ୍ଥିତ କୂଅନଲୋ ଭଗବାନ ଶିବ କନେକେଶ୍ଵର ବୈଦ୍ୟନାଥ ପଶ୍ଚିମେଶ୍ବର ବାଲୁଙ୍କେଶ୍ଵର ଓ କପିଳେଶ୍ଵରଙ୍କୁ ସମର୍ପିତ ଅନେକ ଛୋଟ ବଡ ମନ୍ଦିର ପାଇଁ ପ୍ରସିଦ୍ଧ। କନେକେଶ୍ଵର ମନ୍ଦିର ଯାହା ବର୍ତମାନ ଭଗ୍ନ ଅବସ୍ଥାରେ ରହିଛି। ପାଖାପାଖି ୨୪ ମିଟର ଉଚତା ଥିଲା ଏହି ମନ୍ଦିରର କରୁକର୍ଯ ଭାସ୍କର୍ଜ୍ୟ ଓ ତଥା ମନ୍ଦିର କଳାର ସଂସ୍କୃତିକ ନିଦର୍ଶନ ବାର୍ତା ବହନ କରେ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ବର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ବର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୬୬୩୧

ଗଜଲକ୍ଷ୍ମୀପୂଜା

ଦୀର୍ଘ ୫୦ ବର୍ଷରୁ ପୁରୁଣା ଏହି ସୁପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଢେଙ୍କାନାଳ ସଦର ମହକୁମାଠାରେ ଚାକଚମକ୍ୟରେ ପାଳିତ ହୋଇ ଆସୁଅଛି। ରଙ୍ଗାରଙ୍ଗ ସାଜସଜା ସହିତ ବହୁ ଦୂର ଦୁରାନ୍ତରୁ ଆସିଥିବା ବେପାରୀ ନିଜସ୍ଵ ଜିନିଷକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଡେରା ପକେଇ ଥାନ୍ତି। ନିଜର ସୁମଧୁର ସଙ୍ଗୀତର ତାଳେତାଳେ ନାଚଗୀତର ପସରା ମେଲାଇ ଥାନ୍ତି। ଏହି ସବୁ ଜାନିଯାତ୍ରା, ନାଚଗୀତ, ଲକ୍ଷ୍ମୀପୂଜାର ଆୟୋଜନକୁ ଚମକାଇ ଦେଇଥାଏ। ଏହି ସୁପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ପ୍ରାୟ ୧୧ ଦିନ ପର୍ଯ୍ୟନ୍ତ ବହୁ ଚକଚମକରେ ପାଳନ କରାଯାଇଥାଏ। ଏହି ପାରମ୍ପରିକ ଲକ୍ଷ୍ମୀପୂଜାରେ ସବୁ ଧର୍ମର, ସବୁ ଜାତିର ଓ ଆଦିବାସୀଗଣ ଏହି ପର୍ବରେ ଯୋଗଦାନ କରିଥାନ୍ତି। ବହୁ ମାନଗନ୍ୟ ବ୍ୟକ୍ତି ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ଯରେ ସରସ, ସୁନ୍ଦର ଓ ଗୌରବକୁ ଆଗେଇ ନେବାକୁ ଜନ ସାଧାରଣଙ୍କ ସହିତ ଏକତ୍ରିତ ହୋଇ ଏହି ପୂଜାର ଆୟୋଜନ ବଡ ଆଡମ୍ବରରେ କରିଥାନ୍ତି।

ଏହି ପୂଜା ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଲୋକଙ୍କ ମଧ୍ୟରେ ସୀମିତ ନ ରହି, ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଉତ୍ସାହର ସହିତ ବହୁ ମାତ୍ରାରେ ଦେଖିବାକୁ ଆସିଥାନ୍ତି।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ବର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ବର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୬୬୩୧