ବନ୍ଦ କରନ୍ତୁ

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଢେଙ୍କାନାଳ

ସୋସାଇଟ ରେଜିଷ୍ଟ୍ରେସନ ଆକ୍ଟ -୧୮୬୦( Society Registration Act-1860) ଅନୁସାରେ ରେଜିଷ୍ଟ୍ରିଭୁକ୍ତ ହୋଇ (ନଂ ୧୮୮୬୦ /୧୩ -୧୯୮୧ -୮୨ ) ତ।୦୨.୦୧.୧୯୮୦ରିଖ ଠାରୁ କାର୍ଯ୍ୟ କରୁଅଛି ।
କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକ।ରି ହୋଉଥିବା ବିଭିନ୍ନ ଦ।ରିଦ୍ର ଦୂରୀକରଣ ଯୋଜନା ଗୁଡିକର ସୁ ପରିଚାଳନା ଓ ତଦାରଖ କରିବା ନିମିତ୍ତ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜିଲ୍ଲା ସ୍ତରରେ ଏକ ପମୁଖ ଅଙ୍ଗ ରୂପେ ପରିଗଣିତ ।

ଯୋଗାଯୋଗ:
ପ୍ରକଳ୍ପ ନିର୍ଦେଶକ
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଢେଙ୍କାନାଳ
ମହିଂସାପାଟ-ଢେଙ୍କାନାଳ
ଓଡିଶା-୭୫୯୦୦୧
ଦୁରଭାସ:୦୬୭୬୨-୨୨୪୫୦୬
ଫାକ୍ସ: ୦୬୭୬୨-୨୨୬୦୮୫
ଇ ମେଲ: ori-ddhenkanal[at]gramsat[dot]nic[dot]in
drda[dot]dhenkanal[at]gmail[dot]com
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅନ୍ୟ ଆଭିମୁଖ୍ୟ ଗୁଡିକ ହେଲା :

  1. ଜିଲ୍ଲା ପରିଷଦ ପାଇଁ ପ୍ରଶାସନିକ /ବୈଷୟିକ ସହାୟତା ପ୍ରଦାନ କରିବା ।
  2. ବିଭିନ୍ନ ପଞ୍ଚାୟତି ରାଜ ସଂସ୍ଥା ,କ୍ଷେତ୍ରୀୟ ବିଭାଗ (Line Department ) ,ବ୍ୟାଙ୍କ ଓ ଅନ୍ୟ।ନ୍ୟ ବିତ୍ତୀୟ ଓ ବୈଷୟିକ ସଂସ୍ଥା ସହ ସମନ୍ଵୟ ରକ୍ଷାକରି ଜିଲ୍ଲାର ଦାରିଦ୍ର୍ୟ ଦୂରୀକରଣ ରେ ସାହାଯ୍ୟ କରିବା ।
  3. ଦ।ରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ଜନ କଲ୍ୟାଣକାରୀ ଯୋଜନା ଆରଏ ଅଗ୍ରଗତି ସମ୍ପର୍କ ରେ ଜିଲ୍ଲା ପରିଷଦ ,ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ।
  4. ପଞ୍ଚାୟତି ରାଜ ସଂସ୍ଥା ଗୁଡିକ ସହ ସମନ୍ଵୟ ରକ୍ଷାକରି ଯୋଜନା ଗୁଡିକର ସଫଳ ରୂପାୟଣ ନିମନ୍ତେ ସେମ।ନଙ୍କର ଦାୟୀତ୍ଵ ନିର୍ବାହରେ ସାହାଯ୍ୟ କରିବା ।
  5. ଗାଁ ରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନା ର ଆବଶ୍ୟକତା /ଉପଦେୟତା ଓ ନୀତି ନିୟମ ବିଷୟରେ ସଚେତନତା ସୃଷ୍ଟି କରିବା ।
  6. ବିଭିନ୍ନ ଟାର୍ଗେଟ ଗ୍ରୁପ (ମହିଳା ,ଆଦିବାସୀ –ହରିଜନ ,ଭିନ୍ନକ୍ଷମ ) ମାନଙ୍କ ପାଇଁ ଉଦିଷ୍ଟ କଲ୍ୟାଣ କ।ରି ଯୋଜନାର ସୁଫଳ ପହଞ୍ଚାଇବ। ପାଇଁ ପଦକ୍ଷେପ ନିଶ୍ଚିନ୍ତ କରିବା ।
  7. ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗ ମାନଙ୍କର କାର୍ଯ୍ୟ କ୍ରମକୁ ଏକାଭିମୁଖୀ (convergence ) କରିବା ଦିଗରେ ପ୍ରଚେଷ୍ଟା କରିବା ।
  8. ଯଦିଓ ଯୋଜନା ଗୁଡିକର କାର୍ଯ୍ୟ।ନ୍ଵୟନ ବିଭିନ୍ନ ବ୍ଲକ ଓ କ୍ଷେତ୍ରୀୟ ବିଭାଗ ଜରିଆରେ ହୋଇଥାଏ , ଏହି କାର୍ଯ୍ୟକ୍ରମ ଗୁଡିକର ତଦାରଖ , ପରିଚାଳନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଉପରେ ନ୍ୟସ୍ତ ।
  9. ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ନିମିତ୍ତ ସରକାରଙ୍କ ଠାରୁ ପ୍ରାପ୍ତ ଅର୍ଥ ରାଶି କୁ ବ୍ଲକ ଓ କାର୍ଯ୍ୟକ।ରି ସଂସ୍ଥା ମଧ୍ୟରେ ବଣ୍ଟନ କରିବା ।
  10. ନିୟମିତ ବ୍ୟବଧାନ ରେ ଯୋଜନା ଗିଡିକର ଅଗ୍ରଗତି (progress report) ସରକାରଙ୍କ ନିକଟକୁ ପ୍ରେରଣ କରିବା ।
    ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପରିଚାଳନା ପରିଷଦ ଜିଲ୍ଲା ପରିଷଦ, ସଭାପତି ଙ୍କ ସଭାପତିତ୍ଵ ରେ କାର୍ଯ୍ୟ କରେ। ପରିଚାଳନା ପରିଷଦ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ଉପଦେଷ୍ଟା ଭାବେ କାମ କରିଥାଏ ଏବଂ ନୀତି ନିର୍ଦ୍ଦେଶନାମା ଯୋଗାଇଥାଏ।

ଅନାନ୍ୟ କାର୍ଯ୍ୟ ମଧ୍ୟରେ ବାର୍ଷିକ କାର୍ଯ୍ୟକ୍ରମ ଚିଠା( Annual Action Plan) ଅନୁମୋଦନ କରିବା ଏବଂ ନିର୍ଦ୍ଧିଷ୍ଠ ସମୟ ବ୍ୟବଧାନରେ ବିଭିନ୍ନ ଯୋଜନା ର ଭୌତିକ ଓ ଆର୍ଥିକ ଅଗ୍ରଗତି ଉପରେ ସମୀକ୍ଷା କରିବା ଅନ୍ତର୍ଭୁକ୍ତ।
ଜିଲ୍ଲାପାଳ-ତଥା-ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ନେତୃତ୍ଵ ଓ ଦିଗଦର୍ଶନ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏହାର ବିଭିନ୍ନ ବିଭାଗ ଓ ବିଭାଗୀୟ ଅଧିକାରୀ ଙ୍କ ଜରିଆରେ ଲକ୍ଷ୍ୟ ସାଧନ ଦିଗରେ କାର୍ଯ୍ୟ କରିଥାଏ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ବିଭିନ୍ନ ବିଭାଗ:
ବିଭାଗ ଅଧିକାରୀ
ପ୍ରଶାସନ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ)
ବିତ୍ତ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବିତ୍ତ)
ବୈଷୟିକ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ)
ତଦାରଖ ଓ ମୂଲ୍ୟ ନିର୍ଦ୍ଧାରଣ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଏମ. ଆଇ. ଏସ.)
କର୍ମ ନିଯୁକ୍ତି ଯୋଜନା( ମନରେଗା) ମନରେଗା ସଂଯୋଜକ
ଗ୍ରାମ୍ୟ ଗୃହ ନିର୍ମାଣ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଗ୍ରାମ୍ୟ ଗୃହ ନିର୍ମାଣ)
ଜୀବନ ଜୀବିକା ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (DPM)

ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଜୀବନ ଜୀବିକା )

ଦକ୍ଷତା ବିକାଶ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଦକ୍ଷତା ବିକାଶ )

 

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଢେଙ୍କାନାଳ ରେ କର୍ମଚାରୀଙ୍କ ବିବରଣୀ
କ୍ରମିକ ସଂଖ୍ୟା ପଦବୀ ଯୋଗାଯୋଗ
ପ୍ରକଳ୍ପ ନିର୍ଦ୍ଦେଶକ  ୦୬୭୬୨-୨୨୪୫୦୬

୦୬୭୬୨-୨୨୬୦୮୫(ଫାକ୍ସ)

ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ୦୬୭୬୨-୨୨୪୫୦୬
 ୩ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବିତ୍ତ)
ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ)
ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଏମ. ଆଇ. ଏସ.) ୦୬୭୬୨-୨୨୧୦୪୧
ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ବିତ୍ତ )
ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା (DPM –OLM)
ପ୍ରୋଗ୍ରାମ୍ ଅଫିସର
ମନରେଗା ସଂଯୋଜକ
୧୦ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଗ୍ରାମ୍ୟ ଗୃହ ନିର୍ମାଣ) ୦୬୭୬୨-୨୨୫୭୬୧
୧୧ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଜୀବନ ଜୀବିକା )
୧୨ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଦକ୍ଷତା ବିକାଶ )
୧୩ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (DPM)
ଇ-ଗଭର୍ନାନସ
 ୧୪ କମ୍ପ୍ୟୁଟର ପ୍ରୋଗ୍ରାମର
୧୫ ମୁଖ୍ୟ କିରାଣୀ
୧୬ ବରିଷ୍ଠ ଖ୍ରୀପଲିଖକ
 ୧୭ ଜିଲ୍ଲା ପରିଷଦ ସଭାପତି ଙ୍କ ବ୍ୟକ୍ତିଗତ ସହାୟକ  ୦୬୭୬୨- ୨୨୭୪୯୪

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମ ରେ ନିମ୍ନଲିଖିତ ଯୋଜନା/କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ କରାଯାଉଛି।
୧। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGS)
୨। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ( PMAY-G)
୩। ବିଜୁ ପକ୍କା ଘର ଯୋଜନା ( BPGY)
୪। ବିଜୁ ପକ୍କା ଘର ଯୋଜନା , ଖଣିଜ ଅଞ୍ଚଳ( BPGY-Mining)
୫। ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ( NSPGY)
୬। ଗୋପବନ୍ଧୁ ଗ୍ରାମୀଣ ଯୋଜନା( GGY)
୭। ଦିନ ଦୟାଲ ଉପଧ୍ୟାୟ –ଜାତୀୟ ଗ୍ରାମୀଣ ଜୀବିକା ମିଶନ( DAY-NRLM)
୮। ଦିନ ଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (DDU-GKY)
୯। ଚତୁର୍ଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ (14th CFC)
୧୦। ଚତୁର୍ଥ ରାଜ୍ୟ ଅର୍ଥ ଆୟୋଗ (4th SFC)
୧୧। ଆମ ଗାଁ ଆମ ବିକାଶ ଯୋଜନା

ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନାମ ଓ ଯୋଗାଯୋଗ ଠିକଣା:
ପଂଚାୟତ ସମିତି ଯୋଗାଯୋଗ (କାର୍ଯ୍ୟ।ଳୟ) ଇ-ମେଲ
ପଞ୍ଚାୟତ ସମିତି, ଢେଙ୍କାନାଳ ସଦର (୦୬୭୬୨)୨୨୪୪୮୫ ori-bdhenkanal[at]nic[dot]in
ପଞ୍ଚାୟତ ସମିତି, ଗନ୍ଦିଆ (୦୬୭୬୨)୨୩୧୧୨୪ ori-gandia[at]nic[dot]in
ପଞ୍ଚାୟତ ସମିତି, ଓଡାପଡା (୦୬୭୩୨)୨୫୬୦୩୫ ori-odapada[at]nic[dot]in
ପଞ୍ଚାୟତ ସମିତି, ହିନ୍ଦୋଳ (୦୬୭୩୨)୨୫୧୨୪୨ ori-hindol[at]nic[dot]in
ପଞ୍ଚାୟତ ସମିତି, ଭୂବନ (୦୬୭୬୯) ୨୭୨୦୨୪ ori-bhuban[at]nic[dot]in
ପଞ୍ଚାଯତ ସମିତି, କାମାକ୍ଷାନଗର (୦୬୭୬୯)୨୭୦୪୪୬ ori-kamakhyanagar[at]nic[dot]in
ପଞ୍ଚାୟତ ସମିତି, କଙ୍କଡାହାଡ (୦୬୭୬୮) ୨୬୪୦୨୨ ori-kankadahad[at]nic[dot]in
ପଞ୍ଚାୟତ ସମିତି, ପରଜଙ୍ଗ (୦୬୭୬୮) ୨୬୧୦୨୧ ori-parajang[at]nic[dot]in

ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ

ମନରେଗା କାର୍ଯ୍ୟକ୍ରମ (ପିଡିଏଫ)(୫୫୪କେବି)

ମନରେଗା ଅଗ୍ରଗତି ବିବରଣୀ (ପିଡିଏଫ)(୩୨୭କେବି)

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଡିଏଫ)(୪୬୬କେବି)

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଗ୍ରଗତି ବିବରଣୀ (ପିଡିଏଫ)(୨୮୪କେବି)