ବନ୍ଦ କରନ୍ତୁ

ଗଜଲକ୍ଷ୍ମୀ ପୂଜା

ଦୀର୍ଘ ୫୦ ବର୍ଷରୁ ପୁରୁଣା ଏହି ସୁପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଢେଙ୍କାନାଳ ସଦର ମହକୁମାଠାରେ ଜାକଜମକରେ ପାଳିତ ହୋଇ ଆସୁଅଛି। ରଙ୍ଗାରଙ୍ଗ ସାଜସଜ୍ଜା ସହିତ ବହୁ ଦୂର ଦୁରାନ୍ତରରୁ ଆସିଥିବା ବେପାରୀ ନିଜସ୍ଵ ଜିନିଷକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଡେରା ପକେଇ ଥାନ୍ତି। ନିଜର ସୁମଧୁର ସଙ୍ଗୀତର ତାଳେତାଳେ ନାଚଗୀତର ପସରା ମେଲାଇ ଥାନ୍ତି। ଏହି ସବୁ ଯାନିଯାତ୍ରା, ନାଚଗୀତ, ଲକ୍ଷ୍ମୀପୂଜାର ଆୟୋଜନକୁ ଚମକାଇ ଦେଇଥାଏ। ଏହି ସୁପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ପ୍ରାୟ ୧୧ ଦିନ ପର୍ଯ୍ୟନ୍ତ ବହୁ ଚାକଚକ୍ୟରେ ପାଳନ କରାଯାଇଥାଏ। ଏହି ପାରମ୍ପରିକ ଲକ୍ଷ୍ମୀପୂଜାରେ ସବୁ ଧର୍ମର, ସବୁ ଜାତିର ଓ ଆଦିବାସୀଗଣ ଯୋଗଦାନ କରିଥାନ୍ତି। ବହୁ ମାନଗନ୍ୟ ବ୍ୟକ୍ତି ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସରସ, ସୁନ୍ଦର ଓ ଗୌରବକୁ ଆଗେଇ ନେବାକୁ ଜନ ସାଧାରଣଙ୍କ ସହିତ ଏକତ୍ରିତ ହୋଇ ଏହି ପୂଜାର ଆୟୋଜନ ବଡ ଆଡମ୍ବରରେ କରିଥାନ୍ତି। ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଲୋକଙ୍କ ମଧ୍ୟରେ ସୀମିତ ନ ରହି ଏହି ପୂଜା ରାଜ୍ୟ ତଥା ରାଜ୍ୟ ବାହାରୁ, ଏପରିକି ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଉତ୍ସାହର ସହିତ ବହୁ ମାତ୍ରାରେ ଦେଖିବାକୁ ଆସିଥାନ୍ତି।