ବଂଶଗତ ପ୍ରମାଣପତ୍ର
ଏହାର ଆବଶ୍ୟକତା କଣ ?
ଏହା ନିନ୍ମଲିଖିତ କାରଣ ପାଇଁ ଦରକାର
- ପାରିବାରିକ ପେନସନ ପାଇଁ
- ସରକରୀ ଦେୟ ପାଇବା ପାଇଁ , ମୃତ ବ୍ୟକ୍ତି ଙ୍କର ଅନୁକମ୍ପା ରାସୀ ପାଇବା ପାଇଁ , କେନ୍ଦ୍ର ଓ ରାଜ୍ୟ ସରକାରି କର୍ମଚାରୀଙ୍କର ସରକାରୀ ପ୍ରୋଭିଡ଼ିଏଣ୍ଟ ଫଣ୍ଡ,ଗ୍ର୍ଯାଚୁଇଟି ଏବ॰ ଏରିଅର ଦରମା ନିମନ୍ତେ ଆବଶ୍ୟକ ।
- ୫୦ ,୦୦୦ /- ରୁ କମ ଅଣ ସ୍ଟ୍ଯାଟୁଟରି ଏକ୍ସ ଗ୍ରାସିଆ ଦେୟ ପାଇଁ ଆବଶ୍ୟକ
ଆଇନ ସମ୍ବନ୍ଧୀୟ ବୈଧତା
ଏହି ପ୍ରମାଣ ପାତ୍ର ଟି ଫର୍ମ ନ॰ – ଆଇ. ଭି ଓଡିଶା ସାଧାରଣ ଓ ବିବିଧ ପ୍ରମାଣପତ୍ର ଧାରା ୧୯୮୪ ଅନୁଯାଇ ଉପଲବ୍ଧ ।
ସମ୍ପୃକ୍ତ ବିଭାଗ
- ରାଜସ୍ୱ ଓ ପରିଚାଳନା ବିଭାଗ , ଓଡିଶା ସରକାର
ବଂଶଗତ ପ୍ରମାଣପତ୍ର ଆବେଦନ କରିବା ର ପ୍ରଣାଳୀ
ଜଣେ ବ୍ୟକ୍ତି ଫର୍ମ ନ ॰ – ଆଇ ରେ କୋର୍ଟ ଦେୟ ଟ. ୩.୦୦ ଲଗାଇ ନିଜର ତହସିଲ ରେ ଆବେଦନ କରିପାରିବେ ।
ଆବଶ୍ୟକୀୟ ଦଲିଲ
- ମୃତ ବ୍ୟକ୍ତି ଙ୍କର ମୂତ୍ୟୁ ପ୍ରମାଣ ପତ୍ର
- ଶପଥ ପାଠ
- ମୃତ ବ୍ୟକ୍ତି ଙ୍କର ସେବା ପୁସ୍ତକ
- ରାସନ କାର୍ଡ ର ନକଲ ,ଭୋଟର ପରିଚୟ ପତ୍ର ର ନକଲ ଓ ପଟା ର ନକଲ ଆବଶକ୍ୟ ଆବଶ୍ୟକ (ଯଦି ମୃତ ବ୍ୟକ୍ତି ଙ୍କ ନାମ ରେ ଥାଏ )
ଅନୁମୋଦନ କରିବା ଅଧିକାରୀ
ରାଜସ୍ୱ ଅଧିକାରୀ ( ତହସିଲଦାର, ଅତିରିକ୍ତ ତହସିଲଦାର, ଉପ – ଜିଲ୍ଲାପାଳ , ଜିଲ୍ଲାପାଳ )
ଅଭିଯୋଗ ପଞ୍ଜୀକରଣ କରିବା ପାଇଁ ?
ଆବେଦନକାରୀ ୩ ମାସ ମ ଧ୍ୟରେ ଅପିଲ କରିପାରିବେ ।
- ଉପ – ଜିଲ୍ଲାପାଳ ଯଦି ଅର୍ଡର ତହସିଲଦାର / ଅତିରିକ୍ତ ତହସିଲଦାର କରିଥାନ୍ତି ।
- ଜିଲ୍ଲାପାଳ ଯଦି ଅର୍ଡର ଉପ – ଜିଲ୍ଲାପାଳ କରିଥାନ୍ତି ।
- ରାଜସ୍ୱ ଉତ୍ତରାଞ୍ଚଳ ଅଧିକାରୀ ଯଦି ଅର୍ଡର ଜିଲ୍ଲାପାଳ କରିଥାନ୍ତି
କାର୍ଯ୍ୟଳୟ ସମୟ
ଦିନ ୧୦.୦୦ ଟା ରୁ ସନ୍ଧ୍ୟା ୫.୦୦ ଯେ କୌଣସି କାର୍ଯକାରି ଦିବସରେ
ଯାଆନ୍ତୁ: http://edistrictodisha.gov.in
ତହସିଲ କାର୍ଯ୍ୟ।ଳୟ
ତହସିଲ କାର୍ଯ୍ୟ।ଳୟ, ଢେଙ୍କାନାଳ ସଦର, ଭୁବନ, ଗନ୍ଦିଆ, ହିନ୍ଦୋଳ, କାମାକ୍ଷାନଗର, କଙ୍କଡାହାଡ, ଓଡାପଡା, ପରଜଙ୍ଗ
ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ | ସହର : ଢେଙ୍କାନାଳ | ପିନ କୋଡ୍ : 759001