ଢେଙ୍କାନାଳ ସହରରୁ ୨୬କିଲୋମିଟର ରାସ୍ତା ଦୂରରେ କପିଳାସ। କପିଳାସ ମନ୍ଦିରକୁ ଯିବା ପାଇଁ ୧୨ ବାଙ୍କ ରାସ୍ତା ରହିଥିବାବେଳେ ୧୩୫୨ ପାବଚ୍ଛ ରାସ୍ତାମଧ୍ୟ ରହିଅଛି। ପାବଛ ରାସ୍ତାରେ ଚାଲିକି ଯିବାକୁ ପଡୁଥିବାବେଳେ ବାରବାଙ୍କ ରାସ୍ତାରେ ଟ୍ୟାସ୍କି କିମ୍ବା ଦୁଇ ଚକିଆ ଯାନ ଯୋଗେ ମନ୍ଦିର ଉପରକୁ ଯାଇହେବ। ପର୍ବତ ଶ୍ରେଣୀ ମଧ୍ୟରେ ୪୫୭ ମିଟରଉଚ୍ଚ ପାହାଡରେ ଭଗବାନ ସିବା ଚନ୍ଦ୍ର ଶେଖର (ଶିଖରେଶ୍ଵର) ନାମରେ ପୂଜା ପାଉଛନ୍ତି। ପ୍ରତ୍ଯେକ ବର୍ଷ ଶ୍ରାବଣମାସରେ ଲକ୍ଷ ଲକ୍ଷ ଭକ୍ତ ରାଜ୍ୟ ଏବଂରାଜ୍ୟ ବାହାରୁ ଜଳାଭିଷେକ କରି ମନସ୍କାମନା ପୂର୍ଣ୍ଣ ପାଇଁ କାଉଁରିଆ ଆସିଥାନ୍ତି। ଅନ୍ୟ ପକ୍ଷରେ ଠାକୁରଙ୍କ ମହାଶିବରାତ୍ରୀ ବା ଜାଗରଯାତ୍ରାରେ ପୀଠରେ ଲକ୍ଷ ଲକ୍ଷ ଭକ୍ତ ଦୀପ ଜାଳିବାର ଦୃଶ୍ୟ ଆକର୍ଷଣୀୟ ହୋଇଥାଏ। ପୀଠରେ ନାରାୟଣ, ମା ପାର୍ବତୀ, ପତିତପାବନ ଆଦି ଅନେକ ଦିଅଁ ପୂଜା ପାଇଥାନ୍ତି। ଅନେକ ଗୁମ୍ଫା ମଠ ମନ୍ଦିରର ଶୋଭାବର୍ଦ୍ଧନ କରିଥାନ୍ତି ଏବଂ ଭିନ୍ନ ଭିନ୍ନ ପୌରାଣିକଅଧରକୁ ପରିପ୍ରକାଶ କରିଥାନ୍ତି। ପ୍ରସିଦ୍ଧ ଟୀକାକାର ଭାଗବତର ଟୀକା କରିଥିବାବେଳେ କପିଳମୁନି କପିଳ ସ॰ହିତା ରଚନା କରିଥିବାର ଜଣାଯାଏ। ସେହିପରି ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ଵାମୀ କପିଳାସରେ ସିଦ୍ଧି ଲାଭ କରି ମହିମା ଧର୍ମରପ୍ରଚାର ପ୍ରସାର କରିଥିଲେ। ବର୍ଷସାରା ଭକ୍ତ ଏବଂ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ।

ଫଟୋ ଗାଲେରୀ

  • କପିଳାସ ମନ୍ଦିରର ସମ୍ମୁଖ ଦୃଶ୍ୟ
  • କପିଳାସ ମନ୍ଦିରର ଭିତରପାର୍ଶ୍ଵ ଦୃଶ୍ୟ
  • କପିଳାସ ମନ୍ଦିରର ପଛପାର୍ଶ୍ଵ ଦୃଶ୍ୟ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ବିଜୁ ପଟନାୟକ ବିମାନ ବନ୍ଦର ଭୁବନେଶ୍ବର ଅଟେ । ଏଠାରୁ କପିଳାଶ ପୀଠର ଦୂରତା ୧୦୬ କି.ମି. ହେବ ।

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ ଢେଙ୍କାନାଳ ଅଟେ ଏବଂ ଏଠାରୁ କପିଳାଶ ପୀଠର ଦୂରତା ୨୬ କି.ମି. ଅଟେ ।

ସଡ଼କ ପଥରେ

ନିକଟସ୍ଥ ବସଷ୍ଟାଣ୍ଡ ଢେଙ୍କାନାଳ ଅଟେ ଏବଂ ଏଠାରୁ କପିଳାଶ ପୀଠର ଦୂରତା ୨୬ କି.ମି. ଅଟେ ।